ଜିଲ୍ଲା ସ୍ତରରେ ସେମାନଙ୍କୁ ଟେଷ୍ଟ କରାଯିବ । ଯେଉଁମାନେ ବିଦେଶରୁ ଆସୁଛନ୍ତି, ବିମାନବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ଯେଉଁ ମାନଙ୍କର ନେଗେଟିଭ ରିପୋର୍ଟ ଆସୁଛି, ହୋମ କ୍ଵରେଣ୍ଟିନରେ ରହିବାକୁ କୁହାଯାଉଛି । 7 ଦିନ ପରେ ଅଷ୍ଟମ ଦିନରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଶିକ୍ଷାନୁଷ୍ଠାନ ଲାଗି ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ଲାଇନ ଦେଇଛନ୍ତି । ଆମେ ମଧ୍ୟ ଜିଲ୍ଲା ମାନଙ୍କୁ ଜଣାଇଛୁ । ସ୍କୁଲ ଗୁଡିକ କୋଭିଡ ଅନୁରୂପ ନିୟମ କେମିତି ମାନୁଛନ୍ତି, ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏବେ ସୁଦ୍ଧା ଓମିକ୍ରନ 29 ଦେଶକୁ ବ୍ୟାପିସାରିଲାଣି । ଓମିକ୍ରନ ରିସ୍କ ଦେଶରୁ ରାଜ୍ୟକୁ 380 ଜଣ ଆସିଥିବା ନେଇ ରିପୋର୍ଟ ରହିଛି ।