ଯେହେତୁ ତୃତୀୟ ଲହର ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି । କେନ୍ଦ୍ରୀୟ ଟିମ ନିଜେ ଜିଲ୍ଲା ବୁଲିକି କରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି । ଏପର୍ଯ୍ୟନ୍ତ କେବଳ 2 ଟି ଜିଲ୍ଲା ଯାଇଛନ୍ତି । ଜଗତସିଂହପୁର, ପୁରୀ ଗସ୍ତ କରି କାରଣ ଖୋଜୁଛନ୍ତି । ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି ସ୍ୱସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି ଡେଥ କୁ ଲୁଚାଇବାର ଚାନ୍ସ ନାହିଁ । ହସ୍ପିଟାଲ ଗଲା ପରେ ଜଣେ ଲୋକ ଯଦି ମୃତ୍ୟୁବରଣ କଲା ତେବେ ସେ କେଉଁ କାରଣରୁ ମରିଛି ସେ ନେଇ ରିପୋର୍ଟ ଦିଆଯାଉଛି ।
'ତୃତୀୟ ଲହର ମୁକାବିଲା ନେଇ ବିଶେଷ କରି 3 ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି'
Download Argus News App
