କୌଣସି ଗୁରୁତ୍ବପୂର୍ଣ୍ଣ କାମ ନ ଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। କିଛି ଲୋକ ଗଛ ମୂଳେ ଆଶ୍ରୟ ନେଉଥିବା ବେଳେ, ଆଉ କିଛି ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ଦ୍ରବ୍ୟ କିମ୍ବା ଲସି ଦୋକାନ ଆଗରେ ଭିଡ଼ ଲଗାଉଛନ୍ତି ।
ପାଟଣାଗଡ଼ ଏନଏସି ତରଫରୁ ସହରରେ ପାଣିଛତ୍ର ଖୋଲାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ବ୍ଲକ ଛକରେ ଥିବା ଅମୃତ ଧାରାରୁ ଥଣ୍ଡା ପାଣି ବଦଳରେ ଗରମ ପାଣି ବାହାରୁ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ।