ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାପମାତ୍ରା` । ଏପ୍ରିଲ ମାସ ଆରମ୍ଭରୁ କଲବଲ କଲାଣି ତାତି । ଘଣ୍ଟାରେ 10ଟା ନବାଜୁଣୁ ମାଡ଼ି ଆସୁଛି ଖରା । ଆଜି ଭୁବନେଶ୍ବର ଓ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 41.05ଡିଗ୍ରୀ ରେକର୍ଡ କରାଯାଇ ଥିବା ବେଳେ 40ଡିଗ୍ରୀ ଉପରେ ରହିଛି ଅଧିକାଂଶ ସହର । ସେପଟେ ଆସନ୍ତା 24ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବିଶେଷ କରି ରାଜଧାନୀବାସି ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଘରେ ରହି ଆଉଟୁପାଉଟୁ ହେଉଛନ୍ତି...ଆଜି ରାଜଧାନୀ ଭୁବନଶ୍ବରରେ ତାପାମାତ୍ରା 41.05ଡିଗ୍ରୀ ରେକର୍ଡ କରାଯାଇଛି...ତେବେ ରାଜ୍ୟର ତତଲା କଡ଼େଇ କୁହାଯାଉଥିବା ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା 41.05ଡିଗ୍ରୀ ରେକର୍ଡ କରାଯାଇଛି...ସେହିପରି 9ଟି ସହରର ତାପମାତ୍ରା 40ଡିଗ୍ରୀ ଉପରେ ରହିଛି । ସେଗୁଡିକ ମଧ୍ୟରେ କଟକ, ଚାନ୍ଦବାଲି, ଭୁବନେଶ୍ବର, ଅନୁଗୋଳ, ବାରିପଦା, ତାଳଚେର, ବଲାଙ୍ଗିର, ଟିଟିଲାଗଡ଼ ଓ ମାଲକାନଗିରି ... ତେବେ ଆସନ୍ତା 2ରୁ 3ଦିନ ମଧ୍ୟରେ ତାପମାତ୍ରା 40ଡିଗ୍ରୀ ମଧ୍ୟରେ ହିଁ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସେପଟେ ଆସନ୍ତା 24ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି....କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ ଆଦି ଜିଲ୍ଲାଗୁଡିକରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି...ସେହିପରି ସେହିପରି ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ ଯାଜପୁର ଆଦିରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।