ମାର୍ଚ୍ଚ ୯ତାରିଖ ସୁଦ୍ଧା ତାପମାତ୍ରା ୩୯ କିମ୍ବା ୪୦ ଡିଗ୍ରୀ ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମାର୍ଚ୍ଚ ୧୦ରୁ ୧୬ ତାରିଖ ମଧ୍ୟରେ ବି ତାପମାତ୍ରା ସ୍ବଭାବିକ ଠାରୁ ଅଧିକ ରହିବ । ୧୫ ଦିନ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଫଳରେ ତାତି ଅଧିକ ଅନୁଭୂତ ହେବ । ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଛି ।
ଅଧିକ ପଢନ୍ତୁ: ମାର୍ଚ୍ଚରୁ କଲବଲ କଲାଣି ଖରା
ହେଲେ ଏପ୍ରିଲ ଓ ମେ ମାସରେ ସବୁଠାରୁ ଅଧିକ ଖରା ସାଙ୍ଗକୁ ହିଟ୍ ୱେବ୍ ନେଇ ସତର୍କ କରିଛି ବିଭାଗ । ଅନ୍ୟପଟେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ମାର୍ଚ୍ଚ ୭ରେ ୭ ଜିଲ୍ଲା ଓ ୮ ତାରିଖରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ