ଅନ୍ୟପଟେ ରାଜ୍ୟରେ କିଛି ଦିନ ଘନ କୁହୁଡି ହେବାର ଆଶଙ୍କା ରହିଛି । ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ଅର୍ଗସ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଲା ଶୀତ । ଆଗାମୀ ତିନି ଦିନ ଥରାଇବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଲହରୀ ସମ୍ଭାବନା । ଆସନ୍ତାକାଲିଠାରୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତର ଲହର ଦେଖାଦେଇପାରେ। ସେହିପରି ୨୯ ତାରିଖରେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଶୀତ ଲହର ହୋଇପାରେ।

ଅର୍ଗସ ବ୍ୟୁରୋ: ଘସିପୁରାରେ ପୁଣି ରାଜନୈତିକ ହିଂସା । ଘସିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ଓରଫ୍ ଟୁଟୁ ପାତ୍ରଙ୍କ ବିରୋଧରେ ଯାଉଥିବାରୁ ଦଳିତ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ। ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଥାନାରେ ମାମଲା ଦାୟର ପରେ ପୋଲିସର ଛାନଭିନ୍ନ।
ଅଭିଯୋଗ ଅନୁଯାୟୀ ଗତକାଲି ଅପରାହ୍ନରେ ଘସିପୁରା ଥାନା ଦେଓଗାଁର ରାଜୀବ ଲୋଚନ ଜେନା କେଶଦୁରାପାଳ ନିଜ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ରେକୁଟିଆ ନିକଟରେ ତରିମୂଳ ଗ୍ରାମର ୧୦ ରୁ ଉର୍ଦ୍ଧ୍ୱ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ରାଜୀବଙ୍କୁ ଆକ୍ରମଣ କରିଥିଲେ ।ଏହି ସମୟରେ ସଂପୃକ୍ତ ଯୁବକମାନେ ରାଜୀବଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆମ ନେତା ଟୁଟୁ ପାତ୍ରଙ୍କ ବିରୋଧରେ କଣ ଯାଉଛୁ କହି ଆକ୍ରମଣ କରିଥିବା ନେଇ ରାଜୀବ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇବା ପରେ ଘସିପୁରା ପୋଲିସ ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ । ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଆକ୍ରମଣ ଏବଂ ହତ୍ୟାକାଣ୍ଡ ହେଉଥିବା ବେଳେ ଏସବୁ ଘଟଣାରେ ଘସିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ଓରଫ୍ ଟୁଟୁ ପାତ୍ର ଙ୍କ ହାତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ରହିଥିବା ନେଇ ପୀଡ଼ିତ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।କିନ୍ତୁ ପୋଲିସ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଆଖି ଦୃଶୀଆ ପଦକ୍ଷେପ ନେଇ ନାହିଁ । ରାଜୀବ ଏବେବି ଭୟଭୀତ ଅବସ୍ଥାରେ ଥିବା ବେଳେ ପୋଲିସ ଠାରୁ ନ୍ୟାୟ ଆଶା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:

ଅର୍ଗସ ବ୍ୟୁରୋ: ଦିଲ୍ଲୀରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଭୁବନେଶ୍ୱର ଏମ୍ସରେ ପହଁଚିଲେ। 17 ଜଣିଆ ଟିମ ଏମ୍ସରେ ପହଁଚିଲେ । ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ଯାଇ ତଦାରଖ କରିବ ଟିମ। ଦିଲ୍ଲୀ ଏମ୍ସ, ଲୋହିଆ ଏବଂ ଲେଡି ହାର୍ଡିଂ ହସ୍ପିଟାଲରୁ ଆସିଛନ୍ତି ସ୍ଵତନ୍ତ୍ର ଟିମ। ଶବ ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ଭାବେ ଦିଲ୍ଲୀ ଏମ୍ସ ର ଆନାଟମି ଟିମ ଆସି ପହଂଚିଛି। ଶବ ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଇବାକୁ ଆସିଲା ଟିମ।
ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବ ଗୁଡ଼ିକୁ ବିଭିନ୍ନ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଉଛି । ମୋଟ 160ଟି ମୃତ ଦେହ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱର ଏମ୍ସରେ 100ଟି ଡେଡ ବଡି ରଖାଯାଇଛି ଏବଂ ଅନ୍ୟ ମେଡିକାଲ ଗୁଡ଼ିକରେ ବାକି 60ଟି ଶବ ସଂରକ୍ଷିତ କରି ରଖାଯାଇଛି । ଏମ୍ସରେ ପ୍ରଥମେ ଶବ ଗୁଡ଼ିକର ଫଟୋ ନିଆଯାଉଛି ଏବଂ ନମ୍ବର ସହ ଟ୍ୟାଗ ଲଗାଯାଇଛି ।
ଏହାସହ କମିଶନରେଟ ପୋଲିସ ପକ୍ଷରୁ ହସ୍ପିଟାଲ ପରିସରରେ ସହାୟତା କେନ୍ଦ୍ର ଖୋଲାଯାଇଛି । ସେଠାକୁ ଆସି ସମ୍ପର୍କୀୟ ମାନେ ଫଟୋ ଦେଖାଇ ଶବ ନେଇ ପାରିବେ । ଏଥିସହ ଏମ୍ସ ପକ୍ଷରୁ ଖୁବଶୀଘ୍ର ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
