ଆଜି ସକାଳୁ ସକାଳୁ ରାଜ୍ୟରେ ପ୍ରବଳ କୁହୁଡି ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ କୁହୁଡି ସାଙ୍ଗକୁ ରାଜ୍ୟରେ ଶୀତ ଲେଉଟାଣିର ପ୍ରଭାବ ପଡିଛି।
ଅର୍ଗସ ବ୍ୟୁରୋ: ରାଜ୍ୟରେ ପୁଣି ବଢ଼ିବ ଶୀତ, ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ । ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଯାଇଛି ।
ଆଜି ସକାଳୁ ସକାଳୁ ରାଜ୍ୟରେ ପ୍ରବଳ କୁହୁଡି ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ କୁହୁଡି ସାଙ୍ଗକୁ ରାଜ୍ୟରେ ଶୀତ ଲେଉଟାଣିର ପ୍ରଭାବ ପଡିଛି।