ଆଗାମୀ 2ରୁ ତିନି ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରାଠାରୁ 3ରୁ 5 ଡିଗ୍ରୀ ପାରଦ କମ ହେବା ସମ୍ଭାବନା । ପରବର୍ତ୍ତୀ ସମୟରେ ଜିଲ୍ଲା ଗୁଡିକରେ 2ରୁ 3 ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ 10 ଡ଼ିଗ୍ରୀ ତଳେ ରହିଛି 10 ସ୍ଥାନର ପାରଦ । 4.5 ଡିଗ୍ରୀ ରାତ୍ରି ତାପମାତ୍ରା ସହ ଜି.ଉଦୟଗିରି ଏବଂ ଫୁଲବାଣୀ ସବୁଠୁ ଥଣ୍ଡା ସହର ।
ସେହିପରି ଦାରିଙ୍ଗବାଡିରେ 7.5, ବଲାଙ୍ଗୀରରେ 7.8, ଝାରସୁଗୁଡା ଏବଂ କେନ୍ଦୁଝରରେ 8.2, ଅନୁଗୁଳ ଏବଂ ବାରିପଦାରେ 9.6, ଭବାନୀ ପାଟଣା 8.5, ସୋନପୁରରେ 9.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱର ରେ 13 ଏବଂ କଟକରେ 11.8 ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।