ଅଟୋ ଡ୍ରାଇଭରଙ୍କ ମହାନତା
ଭୁବନେଶ୍ୱର: ତାପମାତ୍ରା ଖସିବା ସହ ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ 3ରୁ 4 ଡିଗ୍ରୀ ହ୍ରାସ ଘଟିଥିବାବେଳେ ଥଣ୍ଡାର ପ୍ରକୋପ ବଢିଛି । ଆଗାମୀ 2ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ 2ରୁ 3 ଡିଗ୍ରୀ ହ୍ରାସ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ତେବେ ଗତ 24 ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା 7.5 ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡିରେ 9.0 ଡିଗ୍ରୀ, ଭୁବନେଶ୍ୱରରେ 15.8 ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି ।