ଏହି ସମୟରେ ଗାଡି ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଥଣ୍ଡା ପାଇଁ ମଧ୍ୟ ବଲାଙ୍ଗୀର, ସୁନ୍ଦରଗଡ, ବରଗଡ, ଝାରସୁଗୁଡା ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଗତ 24ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ 8.0, କେନ୍ଦୁଝରରେ 9.6, ଟିଟିଲାଗଡରେ 10.8, ଫୁଲବାଣୀରେ 11 ଡିଗ୍ରୀ ସେଲସିୟସ ତାପମାତ୍ରା ରେର୍କଡ କରାଯାଇଛି।
ରାଜ୍ୟରେ ବଢ଼ିଛି ଶୀତ, ବଢ଼ିଛି ଘନ କୁହୁଡିର ପ୍ରଭାବ

ଅର୍ଗସ ବ୍ୟୁରୋ: ବର୍ଷା କମିବା ପରେ ଏବେ ହ୍ରାସ ପାଇଛି ତାପମାତ୍ରା। ଆଜିଠୁ ରାଜ୍ୟରେ ଶୀତର ପ୍ରକୋପ ବଢିବା ସାଙ୍ଗକୁ ଦେଖିବାକୁ ମିଳିଛି କୁହୁଡିର ପ୍ରଭାବ। ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ଜିଲ୍ଲା, ବିଶେଷ କରି ଅନୁଗୁଳ ଜିଲ୍ଲାରେ ଅଧିକ କୁହୁଡିର ପ୍ରଭାବ ରହିବ ବୋଲି ଜଣାପଡିଛି।
Download Argus News App
