ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ରହିଥିଲା। ହିଲ୍ ଷ୍ଟେସନ ଭାବେ ଜି ଉଦୟଗିରିରେ ସର୍ବନିମ୍ନ ୧୦.୪ ଡିଗ୍ରି ରହିଥିଲା। ରାଜ୍ୟରେ କମିଛି ଶୀତ। ଯେଉଁଭଳି ଭାବରେ ଶୀତର ପ୍ରକୋପ ଦେଖିବାକୁ ମିଳିଥିଲା ତାହା ଏବେ କମିବାରେ ଲାଗିଛି। ଯାହା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ ଦେଇଛି।
ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ

ଅର୍ଗସ ବ୍ୟୁରୋ: ଶୀତରେ କମ୍ପୁଛି ଅଧା ଓଡିଶା।ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ। ଥରୁଛି କନ୍ଧମାଳ, କୋରାପୁଟ। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ତାପମାତ୍ରା ସାମାନ୍ୟ ବୃଦ୍ଧି। ଆସନ୍ତା 4 ତାରିଖରୁ କମିପାରେ ସାମାନ୍ୟ ଶୀତ.।ଚଳିତ ବର୍ଷ ବିଳମ୍ବରେ ଆସଥିଲେ ମଧ୍ୟ ଗଲା ସପ୍ତାହେ ହେବ ଶୀତର ପ୍ରଭାବ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା।
Download Argus News App
