ଫୁଲବାଣୀ: ଫୁଲବାଣୀରେ ଅସହ୍ୟ ଶୀତ । ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲାରେ କୋହଲା ପାଗ ଘନ କୁହୁଡି ଲାଗି ରହୁଥିଲା ଆଜି କିନ୍ତୁ ଆକାଶ ମେଘ ମୁକ୍ତ ଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଦିନସାରା କୋହଲା ପାଗ ପୁରା ଜିଲ୍ଲାରେ ଅନୁଭୂତ ହେଉଛି । ବିଶେଷ କରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗିବାଡ଼ି, ତୁମୁଡ଼ିବନ୍ଧ, କୋଟଗଡ଼, ରାଇକିଆ, ଜୀ. ଉଦୟଗିରି, ଟିକାବାଲି, ଫିରିଙ୍ଗିଆ ଚକାପାଦ ଆଦି ଅଞ୍ଚଳରେ ଅଧିକରୁ ଅଧିକ ଶୀତ ଅନୁଭୂତ ହେଉଛି ।
ସୂର୍ଯ୍ୟ କିରଣର ପ୍ରଭାବ ମଧ୍ୟ ପଡୁନାହିଁ ଦିନ ତମାମ ଶୀତର ଲହରି ଲାଗୀ ରହଛି । ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକରେ ଲୋକେ ନିଆଁ ଜାଳି ନିଆଁ ପାଖରେ ବସି ରହୁଥିବା ଦେଖିବାକୁ ମିଳୁଛି । ଶୀତର ପ୍ରଭାବ ସାରା ଜିଲ୍ଲାକୁ ଅସ୍ତବ୍ୟସ୍ତ କରିଦେଇଛି । ପାଣିପାଗ ବିଭାଗ ତରଫରୁ ଆଜିର ତାପମାତ୍ରା ଫୁଲବାଣୀରେ 5 ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ି ରେ 5.5 ଡିଗ୍ରୀ ରହିଛି । ପୁରା ଶୀତର ଚାଦରରେ ଘୋଡେଇ ହୋଇଛି ସମଗ୍ର କନ୍ଧମାଳ ।

