କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡ଼ି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ନେଇ ସମ୍ଭାବନା ରହିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: କମିଲା ଥଣ୍ଡା ବଢ଼ିଲା କୁହୁଡ଼ି । ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ଉପକୂଳ ନିକଟବର୍ତ୍ତୀ ଥିବାରୁ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟ ବାଷ୍ପ । ଫଳରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ି । ରାତି ତାପମାତ୍ରା ବଢ଼ିଥିବା ବେଳେ ୨ ଦିନ ମଧ୍ୟରେ ଏହାର ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି ।