Bhakti: Bhabare Bhagabata | EP - 215 | Argus News
ଟ୍ବିନସିଟିରେ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ : ଟ୍ବିନସିଟିରେ ପ୍ରବଳ ବର୍ଷା । ଭୁବନେଶ୍ବର, କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଆକାଶରେ ପ୍ରବଳ ମେଘ ଘୋଟି ଅସିଥିବା ସହ ଜୋରରେ ବର୍ଷା ହେଉଛି । ଫଳରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି । ବର୍ଷା ଆରମ୍ଭରୁ ଉବୁଟୁବୁ ରାଜଧାନୀ । ଅସରାଏ ବର୍ଷା ପରେ ରାସ୍ତା ଉପରେ ଚାଲିଲା ନାଳ ପାଣି । ରାସ୍ତାରେ ନାଳ ପାଣି ଚାଲୁଥିବାରୁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ । ମୌସୁମୀ ଆସିବା ପୂର୍ବରୁ ଡ୍ରେନ ଠିକ ଭାବେ ସଫା କରାଯାଇ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଲୋକେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
