ମହାସପ୍ତମୀ ଅର୍ଥାତ ୨ ତାରିଖରେ ଉତ୍ତର ଓଡିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ ଭଳି ୧୪ ଜିଲାରେ ବର୍ଷା ସମ୍ଭାବନା ରହିଛି । ୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
୭ ମିମିରୁ ୨୦ ମିମି ବର୍ଷା ରହୁଛି । ବିଶେଷ ପବନ ହେବ ନାହିଁ । ୪ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ୨ ତାରିଖରୁ ଆକାଶ ମେଘାଛନ ରହିବ । ଉପକୁଳ ଓଡ଼ିଶାରେ ବର୍ଷର ପ୍ରଭାବ ରହିବ । ସାରା ରାଜ୍ୟରେ ୨ ତାରିଖରୁ ଆରମ୍ଭ ହେବ ବର୍ଷା । ଭଦ୍ରକ ଜିଲ୍ଲାରେ ୨୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।