ଭଦ୍ରକର ବିଭିନ୍ନ ବ୍ଲକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । କିଛି ଧାନ ବିଲରେ ଶୋଇଯାଇଥିବା ବେଳେ କିଛି ସ୍ଥାନରେ ଭାସୁଛି ଫସଲ । ଯାହାକୁ ନେଇ ହତାଶ ହୋଇଛି ଚାଷୀ ।
ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗତକାଲିଠୁ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଅଧିକ ହୀନସ୍ତା ହେଉଛନ୍ତି ଚାଷୀ । କ୍ଷେତରେ ପାଚିଲା ଧାନ ପଡ଼ି ରହିଥିବା ବେଳେ, ବର୍ଷା ପାଣି ଜମି ରହିଛି । ପାଣିରେ ବୁଡ଼ି ରହିଛ ଧାନ । ଚାଷୀର ବର୍ଷକର ପରିଶ୍ରମ ଏ ବର୍ଷା ପାଣିରେ ବୁଡ଼ି ରହିଛି ।
ସେହିପରି ଜଗତସିଂହପୁରରେ ମଧ୍ୟ ଲଗାଣ ବର୍ଷା ରାଗି ରହିଛି । ବର୍ଷାରେ ଶୋଇଯାଇଛି ଧାନ ଗଛ । ବର୍ଷା ପାଣିରେ ଭିଜୁଥିବାରୁ ଧାନ ଗଜା ହେଇ ଯିବାର ଆଶଙ୍କା ଦେଖାଦେଇଛି । ହେକ୍ଟର ହେକ୍ଟର ଚାଷ ବିଲରେ ଆଣ୍ଠୁଏ ପାଣି ଜମି ରହିଛି । କିଛି ଦିନ ପୂର୍ବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷଜମିରେ ପାଣି ଜମି ରହିଥିବା ବେଳେ ଆଉ ଏକ ବର୍ଷା ଚାଷୀ ମାନଙ୍କୁ ବିଚଳିତ କରିଛି। ଅମଳ ଫସଲ ପାଣିରେ ନଷ୍ଟ ହେଉଥିବା ଚାଷୀଙ୍କୁ ହତାଶ କରିଛି।