ଗତ 24 ଘଣ୍ଟାରେ ରାଜ୍ୟରେ ହାରାହାରି 37.3 ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ବର୍ଷା ଠାରୁ 215 ପ୍ରତିଶତ ଅଧିକ । ଗଜପତି ଜିଲ୍ଲାରେ 1424 ପ୍ରତିଶତ ଅଧିକ ବର୍ଷା ହୋଇଛି । 29 ବ୍ଲକ୍ ରେ 100 ମିଲିମିଟରରୁ ଅଧିକ ବର୍ଷିଛି । ଗଜପତି ନୂଆଗଡରେ ସର୍ବାଧିକ 237 ମିମି ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବିପଦ ସଙ୍କେତ ପାଖରେ ପହଞ୍ଚି ଗଲାଣି । ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ନୟାଗଡ ଓ ପୁରୀ ଜିଲ୍ଲାରେ ବର୍ଷା ବିତ୍ପାତରେ ଅଧିକ କ୍ଷୟକ୍ଷତି ହୋଇଛି । ପାହାଡ ଧସିଯିବାରୁ ମାଡି ଅତଡା ଗାଁକୁ ପଶି ଆସିଛି । ଏଥିରେ ଅନେକ କ୍ଷୟକ୍ଷତି ହୋଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରେ ହାରାହାରି 41 ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢ଼ନ୍ତୁ । |