ଯାହାଫଳରେ କିଛି ସମୟ ପାଇଁ ହରିଶଙ୍କର ଝରଣା କୁଳରେ ହୋହାଲ୍ଲା ହୋଇଥିଲା । ଝରଣାରେ ଗାଧୋଉଥିବା ପର୍ଯ୍ୟଟକ ଭୟରେ ଧାଇଁ ଥିଲେ । କିଛି ସମୟ ପାଇଁ ପର୍ଯ୍ୟଟକମାନେ ଫସି ରହିଥିଲେ । ଅଳ୍ପ ସମୟ ପରେ ପୁଣି ଝରଣା ସ୍ଵାଭାବିକ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିବାବେଳେ ଝରଣା ଉଚ୍ଛୁଳା ଭିଡିଓ ମୋବାଇଲରୁ ମୋବାଇଲ ଏବେ ଭାଇରାଲ୍ ହେଉଛି ।
ପାହାଡ ଉପରେ ପ୍ରବଳ ବର୍ଷା ଫଳରେ ଏ ଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ୪ ବର୍ଷ ତଳେ ମଧ୍ୟ ଏହା ଠାରୁ ଅଧିକ ଝରଣା ପାଣି ଉଚ୍ଛୁଳି ରେଲିଂ, କାନ୍ଥ ଆଦି ଭାଙ୍ଗିଥିଲା । ଅଘଟଣ ରୋକିବାକୁ ପ୍ରଶାସନ ସଜାଗ ରହିବାକୁ ବୁଦ୍ଧିଜିବି ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...