ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା । ଭୁବନେଶ୍ବର, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ । ବିଭିନ୍ନ ସ୍ଥାନରେ ପବନ ସହ ଖଣ୍ଡିଆ ଭୂତ ଦେଖାଯାଇଛି । ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବର୍ଷା ପରେ ରାଜଧାନୀବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ନବରଙ୍ଗପୁର: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ସୁପରଭାଇଜର୍ । କୋଡ଼ିଙ୍ଗା ଅଙ୍ଗନବାଡି ସେକ୍ଟରର ସୁପରଭାଇଜର୍ ରାଜେଶ୍ୱରି ନାଗ , ବନ୍ଦୀଗୁଡ଼ା ଅଙ୍ଗନୱାଡ଼ି କର୍ମୀ ସୁଭାସିତା ପାତ୍ରଙ୍କ ଠାରୁ 5400 ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର ମାସରୁ 2023 ମସିହା ଜୁଲାଇ ମାସ ସୁଦ୍ଧା ଦିଆଯାଇଥିବା ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ପ୍ରତ୍ୟେକ ଅଙ୍ଗନବାଡ଼ି ପିଛା ଆସିଥିବା ଟଙ୍କାକୁ ମଞ୍ଜୁର କରିବା ପାଇଁ ଲାଞ୍ଚ ମାଗିଥିଲେ ମହିଳା ସୁପରଭାଇଜର୍ ।
ଆଜି ଅପରାହ୍ନ ସମୟରେ ଉକ୍ତ ଟଙ୍କାକୁ ମହିଳା ସୁପରଭାଇଜରଙ୍କୁ ଦେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । କୋଡ଼ିଙ୍ଗା ସେକ୍ଟର ଅଧୀନରେ ଥିବା 23 ଗୋଟି ସେକ୍ଟରର 22 ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ 200 ଲେଖାଏଁ ଏବଂ ବନ୍ଦୀଗୁଡ଼ା ଅଙ୍ଗନବାଡିଙ୍କ ଠାରୁ 1000 ଟଙ୍କା , ସମୁଦାୟ 5400 ଟଙ୍କା ମାଗିଥିଲେ ମହିଳା ସୁପରଭାଇଜର୍ । ଅଧିକ ତଦନ୍ତ ନିମନ୍ତେ ପ୍ରଥମେ କୋଡ଼ିଙ୍ଗା ସେକ୍ଟର କାର୍ଯ୍ୟାଳୟ ଏବଂ କୋଷଗୁମୁଡ଼ା ସ୍ଥିତ ICDS ଅଫିସ୍ ରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ-୧ ହାଟ । ପାର୍କିଂ ବ୍ୟବସ୍ଥା ସୁବିଧା ନହେବାରୁ ୟୁନିଟ୍ ୧ ମାର୍କେଟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ ସଂଘ । ଆନ୍ଦୋଳନ ସମୟରେ ୟୁନିଟ-୧ ମାର୍କେଟ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ କଥା କଟାକଟି ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ବ୍ୟବସାୟୀ ମାନେ ରାସ୍ତା ରାସ୍ତାରୋକ କରିବା ଯୋଗୁଁ ରାସ୍ତା ଯାମ୍ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଉଠାଦୋକାନୀଙ୍କ ପାଇଁ ମାର୍କେଟରେ ପାର୍କିଙ୍ଗ ସମସ୍ୟା ହେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଅନୁମତି ଦିଆଯାଇଥିବା ଭେଣ୍ଡିଙ୍ଗ ଜୋନରୁ ଆଗକୁ ବଢ଼ି ବ୍ୟବସାୟ କରୁଥିବାରୁ ଭିଡ ଜମୁଥିବା କହିଛନ୍ତି ବ୍ୟବସାୟୀ । ସେଥିପାଇଁ ବିଏମସି କମିଶନରଙ୍କ ପାଖରେ ଏକ ଦାବିପତ୍ର ଦେଇଛନ୍ତି ମାର୍କେଟ ବ୍ୟବସାୟୀ ସଂଘ । ୨ ଦିନ ଭିତରେ ସମସ୍ୟାର ସମାଧାନ ହେବା ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ।
କୋରାପୁଟ: ରାସ୍ତା ନୁହେଁ ତ ମରଣଯନ୍ତା । ନବୀନଙ୍କ ଓଡ଼ିଶାରେ ନବୀନ ରାସ୍ତା । ବୈପାରୀଗୁଡା ବ୍ଲକ ହାଳଦିକୁଣ୍ଡ ପଞ୍ଚାୟତ କେନ୍ଦୁଗୁଡାରୁ ଡାଙ୍ଗରୀଗୁଡା ଗାଁକୁ ସଂଯୋଗ କରୁଥିବା ରାସ୍ତା । ଚାରିଖଣ୍ଡ ଗାଁର ଗ୍ରାମବାସୀଙ୍କ ଇୟେ ହେଉଛି ନିତି ଦିନିଆ ରାସ୍ତା । ଖଟିଆରେ ବୁହା ହୁଅନ୍ତି ରୋଗୀ । ଗାଁ ଗାଁର ବିକାଶର କଥା କହୁଥିବା 23 ବର୍ଷର ସ୍ଥିର ସରକାରଙ୍କର ଇୟେ ହେଉଛି ଅସଲ ମୁଖା । ରାସ୍ତା ଖଣ୍ତେ ପାଇଁ ଗୁହାରି କରି କରି ଥକି ଗଲେଣି ଗ୍ରାମବାସୀ । ରାସ୍ତା ଦେଇ ପ୍ରତିଦିନ ଶହ ଶହ ପିଲା, ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।
ଏ ରାସ୍ତା ଉପରେ ଗାଡ଼ି ଚାଲିବା ଦୂର କଥା । ଚାଲି ଚାଲି ଗଲେ ମଧ୍ୟ ପ୍ରତି ପାଦରେ ବିପଦ । ଚାଷ ଜମି, ଜଙ୍ଗଲ ରାସ୍ତା ଦେଇ ଯିବାକୁ ହୁଏ । ଗୋଟେ ପଟେ ବନ୍ୟ ଜନ୍ତୁଙ୍କ ଭୟ, ଅନ୍ୟ ପଟେ ଘରେ ଚୁଲି ନ ଜଳିବାର ଆଶଙ୍କା । ବିକାଶ ଏଠି ବାଟବଣା । ଏନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । କିନ୍ତୁ ମିଳିଛି କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ନିର୍ବାଚନ ସମୟରେ ଭୋଟ ବ୍ୟାଙ୍କ ହାତେଇବା ନିମନ୍ତେ ମାଳ ମାଳ ନେତାଙ୍କ ଲମ୍ବା ଲାଇନ ଲାଗେ । କିନ୍ତୁ ଦୁଃଖ ସମୟରେ ପାଖରେ କେହି ମଧ୍ୟ ନ ଥାଆନ୍ତି । ତେବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ କୁମ୍ଭ କର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ତାହା କେବଳ ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର