ଅର୍ଗସ ଲେନସରେ ଡନର ପ୍ରେମିକା
ଭୁବନେଶ୍ୱର: ରାଜ୍ୟର କିଛି କିଛି ସ୍ଥାନରେ ଏବେ ତାପମାତ୍ରା ବଢ଼ିଥିବା ବେଳେ କେତେକ ସ୍ଥାନରେ ପାରଦ ସ୍ତର ଖସିଛି । ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ବଢ଼ି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାର୍ କରିଛି । ସେପଟେ ଆଗାମୀ 4 ଦିନ ଯାଏଁ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟର ୯ ସହର ତାପମାତ୍ରା ୪୦ ଅତିକ୍ରମ କରିଥିଲା । ଟିଟିଲାଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏଥିସହ ଝାରସୁଗୁଡ଼ା, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଓ ରାୟଗଡ଼ାର ତାପମାତ୍ରା ୪୦ ଡିଗ୍ରି ପାର କରିଥିଲା । ଆଗକୁ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ।