ଚାଷ ଜମି ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଚାଷୀଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଯୋଗୁଁ କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ମଧ୍ୟ ଆଶଙ୍କା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ତୁହାକୁ ତୁହା ବର୍ଷାରେ ଭିଜୁଛି ପୂରା ଓଡ଼ିଶା । ଲଘୁଚାପ ପ୍ରଭାବରେ 23 ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଅଭ୍ୟନ୍ତରିଣ ଓଡ଼ିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ତାରିଖରେ ମଧ୍ୟ ୬ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।
ଚାଷ ଜମି ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଚାଷୀଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଯୋଗୁଁ କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ମଧ୍ୟ ଆଶଙ୍କା ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର। ୮ ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା। ମୃତକଙ୍କ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ସହାୟତା। ଦୁର୍ଘଟଣାରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧାରେ ରହିଲା ମା' ତାରିଣୀଙ୍କ ଦର୍ଶନ । ଟ୍ରକ୍ କୁ ପିଟିଲା ୱିଙ୍ଗର ଭ୍ୟାନ୍ । ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ 20 ନମ୍ବର ଜାତୀୟ ରାଜପଥର ବାଲିଯୋଡି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଦିଗପହଣ୍ଡି ଅଞ୍ଚଳର ବୋଲି ସୂଚନା। ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ରାଜ୍ୟ ସରକାର।
ଆହୁରି ପଢ଼ନ୍ତୁ: ଅଧାରେ ରହିଲା ମା' ତାରିଣୀଙ୍କ ଦର୍ଶନ
ଅର୍ଗସ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ଲଘୁଚାପ । ଏହା ଅଧିକ ଘନିଭୂତ ହୋଇ ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରେ ୩ ତାରିଖ ଦିନ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ଭୋର ସମୟରେ ଉତ୍ତର ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୪ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଏହା କେଉଁଠି କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଅବପାତରେ ପରିଣତ ହେବା ପରେ ସ୍ପଷ୍ଟ ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: