ବର୍ତ୍ତମାନ ମୋଟୁର ଜଙ୍ଗଲ ବିଭାଗର କାର୍ଯ୍ୟାଳୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ବୁଡିବାକୁ ବସିଲାଣି ମୋଟୁର ନୂତନ ବସ ଷ୍ଟାଣ୍ଡ ।
ପ୍ରବଳ ବର୍ଷା, ସ୍ଥାନାନ୍ତରିତ ହେଲେ 3ଟି ସ୍କୁଲର 328 ଜଣ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ବିଭୀଷିକା। ପ୍ରବଳ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥାନାନ୍ତରିତ ହେଲେ 3ଟି ସ୍କୁଲର 328 ଜଣ ଛାତ୍ରଛାତ୍ରୀ । ମୋଟୁର ମଧୁସୂଦନ ହାଇସ୍କୁଲ, ସରକାରୀ SSD ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର 328 ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ। ସମସ୍ତ ଛାତ୍ରଛାତ୍ରୀ ପୁସୁଗୁଡା ଓ MV-88 ଥିବା ବାଳିକା ଓ ବାଳକ ହଷ୍ଟେଲ କୁ ସ୍ଥାନୀୟ ଘରୋଇ ଓ ସରକାରୀ ବସ ଯୋଗେ ସ୍ଥାନାନ୍ତରିତ କଲା ପ୍ରଶାସନ।
Download Argus News App
