ଅର୍ଗସ ବ୍ୟୁରୋ: ସକ୍ରିୟ ରହିଛି ଲଘୁଚାପ, ରାଜ୍ୟର ବିଭନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଲଗାଣ ବର୍ଷାର ପ୍ରଭାବ। ଆଗାମୀ ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ, ପରେ ଅଗଷ୍ଟ 5ତାରିଖ ଯାଏ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏନେଇ ବିଭନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆଜି ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ ଖୋର୍ଦ୍ଧା, କଟକ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଏବଂ ବାଲେଶ୍ବରରେ ବର୍ଷା ସମ୍ଭାବନା ରହିଛି।
ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ପରେ ଆଗାମୀ ଅଗଷ୍ଟ 5ତାରିଖ ଯାଏ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତ 24ଘଣ୍ଟା ମଧ୍ୟରେ ଯାଜପୁରରରେ ସର୍ବାଧିକ 41ମିଲିମିଟର ବର୍ଷା ହୋଇଥିବା ବେଳେ ସୋନପୁରରେ 35, କଟକରେ 11 ଏବଂ ବାଲେଶ୍ବରରେ 22ମିଲିମିଟର ବର୍ଷା ରେର୍କଡ କରାଯାଇଛି।