ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ କରୁକୁଡ଼ୁପା ପଞ୍ଚାୟତର ଡାଙ୍ଗେସିଗୁଡ଼ା-କରୁକୁଡ଼ୁପା ରାସ୍ତା ଗତବର୍ଷ ଠିକ୍ ଏହିଭଳି ଲଗାଣ ବର୍ଷାରେ ଧୋଇ ହେଇଯିବା ପରେ ଯୁଦ୍ଧକାଳୀନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କାଠ ଏବଂ ବାଲିବସ୍ତା ସାହାଯ୍ୟରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା l ପରବର୍ତ୍ତୀ ମୂହୂର୍ତ୍ତରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ହୋମପାଇପ୍ ପକାଇଥିଲେ ।
ହେଲେ ପୁଣି ଚଳିତ ବର୍ଷର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲଟି ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଜୁଲାଇ 30 ତାରିଖରେ ମଧ୍ୟ ଧୋଇ ହୋଇ ଯାଇଥିଲା ।
ଏମିତି ବାରମ୍ବାର ରାସ୍ତା ଧୋଇ ହେଉଛି କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟ ହେଉ ନାହିଁ । ହୋମ୍ ପାଇପ ଓ ବାଲି ବସ୍ତା ସାହାଯ୍ୟରେ ମରାମତି କରିଦେଉଛନ୍ତି । ଯାହାରି ଫଳରେ ଦେଓପାଟା, ଡାଙ୍ଗେସିଗୁଡା, କରୁକୁଡୁପା, ଗୁଗୁଡ଼ି, କୁନ୍ଦେଡ଼ି, ସାନ୍ଦେବଣ୍ଡାଙ୍ଗ, ଗୁଗୁଡ଼ିସୁଗା, ସିନ୍ଧିପଙ୍ଖାଳ, ବଲକୀ, ତଗାପଦର ଭଳି ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ଥିବା ଜଣାପଡ଼ିଛି ।
ଅନ୍ୟପଟେ ଅନେକ ସମୟ ଧରି ବିଦ୍ୟୁତସେବା ମଧ୍ୟ ଠପ୍ ହୋଇ ପଡୁଛି, ଫଳରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡ଼ିଛି ।
ଆହୁରି ପଢନ୍ତୁ ଓଡିଶା ଖବର...