ସକ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି । ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ ଓ ବିସୃତି ।
ମୌସୁମୀ ସ୍ଥିତି ୧ ଜୁନ ରୁ ୧୧ ସେପ୍ଟେମ୍ବର ମୁତାବକ ରାଜ୍ୟରେ ସମୁଦାୟ ୮୯୧.୮ ମିମି ବର୍ଷା ହୋଇଥିବାବେଳେ ସ୍ଵାଭାବିକ ବର୍ଷା ୧୦୧୮.୪ ମିମି ବର୍ଷା ହୋଇଛି । ଏହାରି ମଧ୍ୟରେ ୧୦ ଜିଲ୍ଳାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୨୦ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...