୮ ଓ ୯ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି ।
ବୁଡିଲା କାର, ମଟରସାଇକେଲ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜିଲା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଛି ପ୍ରବଳ ବର୍ଷା । ଚାରିଆଡେ ଜଳବନ୍ଦୀ ସ୍ଥିତି । ପ୍ରବଳ ବର୍ଷାରେ ବୁଡ଼ିଲା ରାଜଧାନୀ ଭୁବନେଶ୍ବର । ଇସ୍କନ ସମେତ ସହରର ପ୍ରମୁଖ ସ୍ଥାନରେ ଲହଡି ମାରୁଛି ବର୍ଷା ପାଣି । ବର୍ଷାରେ ବୁଡିଲା କାର ଓ ମୋଟର ସାଇକେଲ । ବର୍ଷାରେ ଚାରି ଆଡେ ଜମିଛି ପାଣି । ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ।
ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ। ତେବେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆକାଶମାର୍ଗରୁ କରିବେ ସମୀକ୍ଷା । ସାରା ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି
Download Argus News App
