ଏହାର ପ୍ରଭାବରେ ଝାରସୁଗୁଡ଼ା,ସୁନ୍ଦରଗଡ଼,ଦେବଗଡ଼,କେନ୍ଦୁଝର, ଅନଗୁଳ,ଢେଙ୍କାନାଳ ଓ କଟକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ୍ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଛି। ଏଥିସହ ୭ ରୁ ୧୧ ସେମି ବର୍ଷା ନେଇ ୧୦ ଜିଲ୍ଲା ଓ ବିଜୁଳି ଘଡ଼ଘଡ଼ି ନେଇ ୨୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଙ୍ଗ୍ ଜାରି କରିଛି ପାଣିପାଗ ବିଭାଗ। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା_ବରଗଡ,ସମ୍ବଲପୁର,ବାଲେଶ୍ୱର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର, ଖୋର୍ଦ୍ଧା, ପୁରୀ , ଗଞ୍ଜାମ । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୫ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଙ୍ଗ୍ ସହ ୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର