ପ୍ରତିଦିନ ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଟ୍ରକ୍, ହାଇୱା, ଟ୍ରାକ୍ଟର ଓ ବସ୍ ଯାତାୟାତ କରୁଥିଲେ ସୁଦ୍ଧା କାହିଁକି ସେମାନଙ୍କ ଉପରେ ରୋକ୍ ଲାଗୁନି ? ସକାଳେ ମର୍ଣ୍ଣିଂ ୱାକ କରୁଥିବା ସମୟରେ ଏପରି ଭାରିଯାନ ଚଳପ୍ରଚଳ ଯୋଗୁଁ ଲୋକଙ୍କ ଜୀବନ ଚାଲିଗଲେ କିଏ ହେବ ଦାୟୀ ? ଆବାସିକ ଅଞ୍ଚଳରେ ଥିବା ବାଲିଘାଟରୁ ବାଲି ଉତ୍ତୋଳନ ହେଉଥିଲେ ସୁଦ୍ଧା କାହିଁକି ତା ଉପରେ ରୋକ୍ ଲାଗୁନି ? ଆବାସିକ ଅଞ୍ଚଳରେ ଭାରିଯାନ ପାଇଁ ଓଭରବ୍ରିଜ କିମ୍ବା ମଜବୁତ୍ ଟ୍ରାଫିକ ପରିଚାଳନା ପାଇଁ ଦାବି ହୋଇଛି ।
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ । ଭାରିଯାନଗୁଡ଼ିକ ୧ ଲିଟର ତେଲ ବଞ୍ଚେଇବା ପାଇଁ ସିଡିଏ ବାସିନ୍ଦାଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପରିବହନ ବିଭାଗ। ଦୁର୍ଘଟଣାଗ୍ରସ୍ତ ଗାଡ଼ିର ପର୍ମିଟ ରହିଥିବା ବେଳେ ସେହି ଅଂଚଳରେ ଭାରିଯାନ ଯାତାୟାତ ପାଇଁ ସେମିତି କୌଣସି ରୋକ୍ ନାହିଁ ବୋଲି ପରିବହନ ବିଭାଗ ଅତିରିକ୍ତ ପରିବହନ କମିସନର କହିଛନ୍ତି ।ଜନବସତି ଅଞ୍ଚଳରେ ଭାରିଯାନ ଯାତାୟାତ ନେଇ ସମୟ ନିର୍ଧାରଣ ହୋଇଥିଲେ ସୁଦ୍ଧା କାହିଁକି ତା ଉପରେ ଦୃଷ୍ଟି ଦିଆଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି ।