ସେପଟେ ବହୁ ମାନସମନ୍ଥନ ପରେ କଟକ ରୁ ରାଜ୍ୟସଭା ସାଂସଦ ସୁବାଷ ସିଂକୁ ମେୟର ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ କଂଗ୍ରେସ ଗିରିବାଳା ଙ୍କୁ ମୈଦାନ କୁ ଓହ୍ଲାଇ ସାରିଛି। ତେବେ ବିଜେପି ଏଯାଏଁ ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ବ୍ରହ୍ମପୁର ର ମେୟର ଆସନା ପାଇଁ କିନ୍ତୁ ବିଜେପି ଓ କଂଗ୍ରେସ କାହା ନାମ ଘୋଷଣା କରି ନଥିବା ବେଳେ ଆଗୁଆ ଭାବେ ପୂର୍ବତନ କର୍ପୋରେଟର ସଙ୍ଘମିତ୍ରା ଦଳେଇ ଙ୍କୁ ବିଜେଡି ମୈଦାନ କୁ ଓହ୍ଲାଇଛି।
ସେପଟେ କର୍ପୋରେଟର ପାଇଁ ଟିକଟ ମିଳିବା ପରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମାନେ ଶୋଭା ଯାତ୍ରାରେ ଆସି ନାମାଙ୍କନ ଦାଖଲ କରୁଥିବା ଦେଖିବାକୁ ମିଳିଛି। ଆଜି ସୁଦ୍ଧା ଭୁବନେଶ୍ୱର ରୁ ୪୦ ଜଣ ବ୍ରହ୍ମପୁର ରୁ ୧୫ ଓ କଟକ ରୁ ୧୩ ଜଣ କର୍ପୋରେଟର ପାଇଁ ନାମାଙ୍କନ ଭରିଥିବା ସୂଚନା ମିଳିଛି। ଖୁବ ଶୀଘ୍ର ବିଜେଡି ମଧ୍ୟ ନିଜର ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ସୂଚନା ମଳିଛି।