ଗେଲ୍ଲୀ ଭଉଣୀ ମାମୁନି ଓ଼ ଗେଲ୍ହା ଭାଇ ସାନୁ ଉଭୟ ଦିବ୍ୟାଙ୍ଗ ଅଟନ୍ତି। ଦୁହେଁ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ମାମୁନି କୁ 15ବର୍ଷ ହୋଇଥିବା ବେଳେ ସାନୁ କୁ 13ବର୍ଷ ଦୁହେଁ ଦେଖିବାକୁ ଖୁବ ସୁନ୍ଦର କିନ୍ତୁ ଦୁହେଁ ଦିବ୍ୟାଙ୍ଗ ପାଠ ପଢିବାକୁ ଅନେକ ଇଚ୍ଛାରହିଛି। କିନ୍ତୁ ଦଇବ ସାଜିଲା ଦାଉ । ପାରିବାରିକ ଦରିଦ୍ରତା ପାଇଁ ବାପା ଶିବଶଙ୍କର ନାୟକ ଓ଼ ମା ନିରୁପମା ନାୟକଙ୍କ ପୁଅ ଝିଅଙ୍କ ଚିକିତ୍ସା ପାଇଁ ସର୍ବସ୍ଵନ୍ତ ହୋଇ ପଡିଛନ୍ତି। ଦୀର୍ଘ 15ବର୍ଷ ହେବ ସିକୁରିଟିଗାର୍ଡ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଥିବା ଶିବଶଙ୍କର କୁହନ୍ତି।
ନିଜ ପିଲାଙ୍କୁ ବିଭିନ୍ନ ସରକାରୀ ଓ଼ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରୁଛନ୍ତି। ଅନ୍ୟ ପକ୍ଷରେ ମା ନିରୁପମା ନାୟକ କୁହନ୍ତି। ସେ ବାରମ୍ବାର ମୁନିସିପାଲିଟି ଅଧକ୍ଷ ଙ୍କ ସମେତ ଏଡିଏମ ଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ତାଙ୍କ ପିଲା ଙ୍କୁ କୌଣସି ସହାୟତା ମିଳିନି ଯାହା ପାଇଁ ସେ ଅସହାୟ ହୋଇପଡିଛନ୍ତି।
ପରିବାରର ଦରିଦ୍ରତା ଓ଼ ନିଜର ଚିକିତ୍ସା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି ସାନୁ ଓ଼ ମାମୁନ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।