ଝିଅ ଜନ୍ମରୁ କଥା କହିପାରେନାହିଁ କି ଶୁଣି ପାରେନାହିଁ। ଝିଆକୁ ଯଦି ବାହା ଦେଇଥିଲେ ଭାଗ୍ୟର ବିଡମ୍ବନା ୫ବର୍ଷ ହେବ ଦାଦନ ଖଟିବାକୁ ଯାଇ ଜ୍ୟାଇଁ ନିଖୋଜ, ଖୋଜ ଖବର ପରେ ମଧ୍ୟ ଜ୍ୱାଇଁ ଙ୍କ ପତ୍ତା ମିଳୁନି। ଶ୍ଵଶୁର ଘର ଲୋକ ଦେଖାଶୁଣା ନକରିବାରୁ ୮ବର୍ଷର ପୁଅକୁ ଧରି ମାଙ୍କ ପାଖକୁ ଚାଲିଆସିଲେ। ଝିଅ ଭିନ୍ନକ୍ଷମ ଯୋଗୁଁ କାମ ମିଳୁନି, ରାଉଁନ୍ଦା ବୃଦ୍ଧା ବୟସରେ କାମ କରିପାରୁନାହାନ୍ତି। ରୋଜଗାର କରିବାର କେହି ନାହାନ୍ତି।
ହାତୀ ଉପଦ୍ରବ ସବୁସମୟରେ ଏହି ଅଞ୍ଚଳରେ ଲାଗିରହିଥିଏ। ଦୁଇ ଦୁଇ ଥର ହାତୀ ପୋଲ ବୁଢ଼ୀ ମାଙ୍କ ଘର ଭାଙ୍ଗିଦେଲେ । ଭଙ୍ଗା ଘରେ ବହୁଦିନ ରହିବା ପରେ ଲଗାଣ ବର୍ଷାରେ ସମ୍ପୂର୍ଣ ମାଟିରେ ମିଶିଗଲା ଘର। ପ୍ରଶାସନିକ ଅଧିକାରୀ, ବନ ବିଭାଗ ଓ ଜନ ପ୍ରତିନିଧିଙ୍କ ବହୁ ବାର ଗୁହାରି ପରେ ମଧ୍ୟ ବୁଢ଼ୀ ମାଙ୍କ ଦୁଃଖ କେହି ଶୁଣିଲେନି। ଏପରିକି ସରପଞ୍ଚ ମହାଶୟକୁ ଗ୍ରାମବାସୀ ବହୁବାର ଅଭିଯୋଗ କରିଥଲେ ମଧ୍ୟ ସରପଞ୍ଚ ମହାଶୟ କର୍ଣପାତ କଲେନି। ଶେଷରେ ଛିଣ୍ଡା ଜରି, ଦେହକୁ ଢ଼ାଙ୍କୁଥିବା ଲୁଗା ବନିଲା ସାହାରା। ଦୀର୍ଘ ଦୁଇବର୍ଷ ବିତିଗଲା ସରକାରଙ୍କ ପକ୍ଷରୁ କୌଣସ ପ୍ରସାସନିକ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧି ପହଞ୍ଚି ସହାୟତାର ହାତ ବଢ଼ାଇନାହାନ୍ତି। ୨୩ବର୍ଷର ଏକ ଛତ୍ରବାଦ ଶାସନର ବିକଳ ଚିତ୍ର।
ନା ସରକାରଙ୍କ ପାଖରୁ ମିଲିଛି ଖଣ୍ଡେ ଘର, ନା ବାର୍ଦ୍ଧକ୍ୟ ଭତ୍ତା, ନା ଭୂମିହିନରେ ଜାଗା। କେବଳ ୫କେଜି ଚାଉଳ ଦେଈ ସରକାର ଦାୟିତ୍ଵ ସାରିଦେଇଛନ୍ତି। ୫କେଜି ଚାଉଳରେ ୩ଜଣ ଚଳିବେ କିପରି l ଉଳେ ଖାଇଲେ ଦି ଉଳି ଉପାସ, ମୌଳିକ ସୁବିଧାରୁ ବଞ୍ଚିତ। ଏ ଚିତ୍ର କେଉଁଠି ନା କେଉଁଠି ସରକାରଙ୍କ ସ୍ବଚ୍ଛ ଶାସନକୁ ନଗ୍ନ କରିଛି।ଏ ହେଉଛି ଓଡ଼ିଶା ବିକାଶର ନଗ୍ନ ଚିତ୍ର, ଏ ହେଉଛି ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ, ଏ ଚିତ୍ର ବୟାନ କରୁଛି ଓଡିଶା କେତେ ବିକାଶ ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: