ଫଳରେ ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା l ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କାଟ କରାଯାଉଛି l ବିନା ପୂର୍ବ ସୂଚନାରେ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ତେଜିଛି ଆନ୍ଦୋଳନ l ନୟାଗଡ଼ ହେମେନ୍ଦ୍ର ସେନା ପକ୍ଷରୁ TPCODL କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରିବା ସହ ଧାରଣା ଦିଆଯାଇଥିଲା l ଏ ନେଇ ଦାବୀ ପତ୍ର ପ୍ରଦାନ କରାଯାଇଛି l ନୟାଗଡ଼ରେ ବିଦ୍ୟୁତ ବିଭ୍ରାଟ ତୁରନ୍ତ ବନ୍ଦ ନ କଲେ ଆଗାମୀ ଦିନରେ ଜୋରଦାର ଜନ ଆନ୍ଦୋଳନ କରାଯିବ ବୋଲି ହେମେନ୍ଦ୍ର ସେନା ପକ୍ଷରୁ କୁହାଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର