ନିଜକୁ ଅସମ୍ମାନ ଛାଡି ଶ୍ରୀକ୍ଷେତ୍ରର ସୁରକ୍ଷାକୁ ନେଇ ବି ଜଗଦଗୁରୁଙ୍କ ଚିନ୍ତା । ଶଙ୍କରାଚାର୍ଯ୍ୟ କହିଛନ୍ତି, ଆଜି ଯେଉଁ ବିକାଶ ହେଉଛି, ତାର ପ୍ରଭାବ ଶ୍ରୀମନ୍ଦିର ଉପରେ ନପଡ଼ୁ । ଐତିହ୍ୟ ବିଶାରଦ କହିସାରିଲେଣି, ଏବେ ଯେଉଁ କାମ ଚାଲିଛି ତାର ପ୍ରଭାବ ଶ୍ରୀମନ୍ଦିର ଉପରେ ପଡ଼ିବ । ବଡ଼ଦେଉଳ ଚାରିପଟେ ଏଭଳି କୋଠା ତିଆରି କରାନଯାଉ ଯାହାଦ୍ବାରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଲୁଚିଯିବ । ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ କେହି ହସ୍ତକ୍ଷେପ କରିବା ଅନୁଚିତ୍। ଯଦି ଏଭଳି କାମ ହୁଏ ତେବେ ଆତଙ୍କବାଦୀ ପଶିବାର ମଧ୍ୟ ସମ୍ଭାବନା ରହିଛି।
ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସଂସଦରେ ୪ ଟଏଲେଟ୍ ଥିଓରୀ ଓ ଜିପିଆର ସର୍ଭେ ପରେ କାମ ନେଇ ବୟାନର ମି୍ଛ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଜିପିଆରଏସ ସର୍ଭେର ମିଛକୁ ପଦାକୁ ଆଣିଥିଲେ । ସାଧାରଣଜନତା, ଆଇନଜୀବୀ, ଜଗନ୍ନାଥପ୍ରେମୀ ଓ ନେତା ମଧ୍ୟ ସୁନ୍ଦରତା ନାଁରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦକୁ ବିରୋଧ କରିଛନ୍ତି ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।