ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଯଦି ମିସନାରୀ ଚାରିଟିଙ୍କୁ ଅର୍ଥ ଦିଆଯାଉଛି ତା ହେଲେ କାହଁକି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇ ନାହିଁ । କାହିଁକି ଚୁପ ଅଛନ୍ତି ସ୍ବାସ୍ଥ୍ୟ ବିଭାଗ, ଶ୍ରମ କମିସନର? କ'ଣ ତିରୁପତି ପାଣିଗ୍ରାହୀ ବିଜୁ ଜନତା ଦଳର ସଦସ୍ୟ ବୋଲି ଆଇନର ଉପରେ କି ? ପୋଲିସର ଚରମ ବିଫଳତା ପାଇଁ କାହା ଉପରେ କାର୍ଯ୍ୟନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି ।
ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍ ହସ୍ପିଟାଲରେ ପ୍ରବଳ ଉତ୍ତେଜନା
ସେପଟେ ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଦିନକ ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଥିଲା । ହେଲେ ସେହିଦିନ ରାତି ଗୋଟାଏରେ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ତାଙ୍କ ମାଆ । କିନ୍ତୁ ରାତି ୩ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ହସ୍ପିଟାଲ ବାହାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।