ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଗୁମ୍ଫାରେ ଜୈନ ବୌଦ୍ଧ ଏବଂ ତାନ୍ତ୍ରିକ ମାନଙ୍କ ସାଧନାସ୍ଥଳୀ ମଧ୍ୟ ରହିଛି I ସେହି ଅଞ୍ଚଳରେ ପୂର୍ବରୁ ଶାସନ କରୁଥିବା ଖେମୁଣ୍ଡି ରାଜା ଲକ୍ଷ୍ମୀନାରାୟଣ ଦେବ ୧୮୫୦ ମସିହା ବେଳକୁ ଗୁମ୍ଫାରେ ହନୁମାନ ଏବଂ ଲକ୍ଷ୍ମୀନାରାୟଣଙ୍କୁ ସ୍ଥାପନ କରିଥିଲେ । କିନ୍ତୁ ଶୁଣାଯାଏ କାଳକ୍ରମେ ୧୯୩୦ ମସିହା ବେଳକୁ କପାଳିକା ତାନ୍ତ୍ରିକ ମାନେ ତନ୍ତ୍ର ସାଧନା ପାଇଁ ହନୁମାନ ଏବଂ ଲକ୍ଷ୍ମୀନାରାୟଣଙ୍କୁ ଅନ୍ୟତ୍ର ଗୋପନ କରିଦେଇଥିଲେ I ସେଠିକାର ସେବକ ସାଧକ ଏବଂ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ସଂକୀର୍ଣ୍ଣ ରାସ୍ତା ଦେଇ ଅତିକ୍ରମ କରିଲେ ପତିତପାବନ ପୁରୀରେ ଯାଇ ଜଣେ ବ୍ୟକ୍ତି ପହଞ୍ଚି ପାରିବେ I
ଏହା ସହିତ ଶୁଣିବାକୁ ମିଳେ କବି ଶେଖର ଚିନ୍ତାମଣି ମହାନ୍ତି ୧୯୧୦ ମସିହାରେ ଖେମୁଣ୍ଡି କାବ୍ୟ-ପ୍ରକୃତି ପେଟିକା ଲେଖିବା ବେଳେ ଏହି ଅଞ୍ଚଳ ଦର୍ଶନ କରି ଫେରିଛନ୍ତି । କେବଳ ଏତିକି ନୁହେଁ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କଳାପାଣି ଦଣ୍ଡରେ ଆଣ୍ଡାମାନ ଜେଲରେ ବନ୍ଦି ଥିଲେ, କଉଶଳ କ୍ରମେ ଖସି ଆସି ଏହି ଗୁମ୍ଫାରେ ଫଳାହାରୀ ବାବା ରୂପେ ୧୯୦୫ ବେଳେ ଆତ୍ମଗୋପନ କରିଥିଲେ ।