ସବୁଠୁ ବଡ଼ କଥା ହେଉଛି, ଏସସିବିରେ ଆଡମିଶନ ପରେ ପୋଲିସକୁ ଜଣାଇ ନଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏକଥା ମାନିଛନ୍ତି ଏସସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ହାଇଡ୍ରୋସିଲ ଅପରେସନ ଓ ବହୁବିଧ ରୋଗରେ ପୀଡ଼ିତ ହୋଇ ଏସସିବିରେ ଚିକିତ୍ସା ପାଇଁ ଆଡ଼ମିଶନ ହୋଇଥିଲା ହାଇଦର । ତେବେ ସିସିଟିଭି କାମ କରୁଥିଲା ନା ନାହିଁ ସେ କଥା ଜାଣି ନଥିବା କହିଛନ୍ତି ଭୁବନାନନ୍ଦ ମହାରଣା ।