1946 ମସିହାରେ କଟକ ଚୌଦ୍ଵାରରେ ପ୍ରତିଷ୍ଠା ହୋଇଥିଲା ଓଡିଶା ଟେକ୍ସଟାଇଲ ମିଲ। 1950 ରେ ଏହା ପ୍ରଥମ ଥର ପାଇଁ ନିଜର ଉତ୍ପାଦନ ଆରମ୍ଭ କରିଥିଲା । ତେବେ ଆର୍ଥିକ ଦୁର୍ବଳତା କାରଣରୁ 2001 ମସିହାରେ ଏହି ମିଲରେ ତାଲା ପଡ଼ି ଯାଇଥିଲା । ଫଳରେ ଏହା ଉପରେ ନିର୍ଭର କରୁଥିବା ଅନେକ କର୍ମଚାରୀଙ୍କ ଅଣ୍ଟା ଭାଙ୍ଗି ପଡିଥିଲା । ଏହାର ପୁନରୁଦ୍ଧାର ପାଇଁ ମାମଲା ହାଇକୋର୍ଟ ଯାଇଥିଲା ।
କୋର୍ଟ ଶୁଣାଣି କରି ଏହାର ପୁନରୁଦ୍ଧାର ପାଇଁ 2007 ମସିହାରେ 150 କୋଟି ଜମା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାର ମାତ୍ର 35 କୋଟି ଜମା କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ବାକି 115 କୋଟି ଟଙ୍କା ଜମା କରିବେ । ଏହା ପରେ ଓଟିମର ଥିବା 521 ଏକର ଜାଗାକୁ ପୁନରୁଦ୍ଧାର କରାଯାଇ ସେଠାରେ ପୁଣି ଥରେ ଇଣ୍ଟିଗ୍ରେଟେଡ଼ ଟେକ୍ସଷ୍ଟାଇଲ ପାର୍କ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି କହିଛନ୍ତି କଟକ ଚୌଦ୍ଵାର ବିଧାୟକ । ଅନ୍ୟପଟେ 200 କୋଟି ଟଙ୍କାରେ ଓଟିଏମ କିଣିବାକୁ ଆଗ୍ରହୀ ଥିବା ମେଡ଼ିସିନ ବ୍ୟାଙ୍କ ସୋସାଇଟିର ଆବେଦନ ଉପରେ ଶୁଣାଣି ହୋଇନାହିଁ ।