ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗକୁ ନେଇ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବା ପରେ ଭାଙ୍ଗିଥିଲା ସରକାରଙ୍କ ନିଦ । ଆଉ ଏହା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ୨୦୧୮ ମାର୍ଚ୍ଚ ୮ ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିରେ ଗୃହ, ଅର୍ଥ, ରାଜସ୍ୱ ଓ ଆଇନ ବିଭାଗର ସଚିବମାନେ ସଦସ୍ୟ ଥିବାବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି କମିଟିର ଆବାହକ ଥିଲେ । ୨୦୧୯ ଅଗଷ୍ଟ ୩୦ରେ ଏହି କମିଟିର ପୁର୍ନଗଠନ ବି ହୋଇଥିଲା । ମାତ୍ର ଏହି କମିଟିର ସ୍ଥିତି ଏବେ କ’ଣ, କାହିଁକି ହାଇକୋର୍ଟଙ୍କଠୁ ସମ୍ମତି ଆଣିବାରେ ରାଜ୍ୟ ସରକାର ସକ୍ଷମ ହେଉନାହାନ୍ତି ଓ ପ୍ରଶ୍ନ କରିବାରୁ ଶୁଣନ୍ତୁ କଣ କହୁଛନ୍ତି ବିଜେଡି ନେତା ।
ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗକୁ ରାଜ୍ୟ ସରକାର ଶୀତଳଭଣ୍ଡାରକୁ ଠେଲି ଦେଇଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ନିଜ ଆଡୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସରକାରଙ୍କ ଅପାରଗତା ଓ ଆନ୍ତରିକତାକୁ ପଦାରେ ପକାଇଛି । ପ୍ରଶ୍ନ ଉଠିଛି ଯେ ଏହି ପ୍ରସଙ୍ଗରେ ସରକାର ନିଜେ ଗଢ଼ିଥିବା ସିଆର ପାଲ୍ କମିଶନ ୨୦୧୪ ମାର୍ଚ୍ଚ ୩୧ତାରିଖରୁ ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ ବି କାହିଁକି ତାକୁ ସାର୍ବଜନୀନ କରାଯାଉନାହିଁ ।