ପୁଣି ପଶ୍ଚିମ ଓଡିଶା ସ୍ଥାୟୀ ହାଇକୋର୍ଟ ଵେଂଚ ପ୍ରସଙ୍ଗ ନେଇ ଆନ୍ଦୋଳନ ମୁହାଁ । କଟକ ହାଇକୋର୍ଟ ବାର ଏସୋସିଏସନ ପକ୍ଷରୁ ବିରୋଧ ପରେ ନୂଆ ମୋଡ ନେଲା । ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଂଚ ସ୍ଥାପନ ପ୍ରସଙ୍ଗ ନେଇ ଶନିବାର ସମ୍ବଲପୁର ୨୫ ଟି ଓକିଲ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାୟୀ ହାଇକୋର୍ଟ ବେଂଚ ସ୍ଥାପନ ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପୁଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ନଥିବା ଜଣାପଡିଛି । ଏଥିପାଇ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ପ୍ରସ୍ତାବ ପଠାଇବା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ପକ୍ଷରୁ ସରକାରଙ୍କୁ ଚେତାବନି ଦେଇଛନ୍ତି ।
ଏହି ଅବଧିରେ ସରକାର ପୁଣ୍ଣାଙ୍ଗ ନ ପଠାଇଲେ ଆସନ୍ତା ଜୁଲାଇ ୮ ତାରିଖ ରୁ ପଶ୍ଚିମ ଓଡିଶାରେ ସଂକଳ୍ପ ଦିବସ ପାଳନ କରାଯିବ । ଓକିଲ ମାନେ ରାଲିରେ ବାହାରି ନିଜନିଜ ଅଂଚଳର ତହସିଲ, ଉପଜିଲ୍ଲାପାଲ, ଜିଲ୍ଲାପାଲ ଓ ଆରଡିସିଙ୍କୁ ଦାବିପତ୍ର ଦେବେ । ଏହା ବାଦ ପରବର୍ତ୍ତି ସମୟରେ ବଡ ଧରଣ ଆନ୍ଦୋଳନ ପାଇଁ ସ୍ଥିତି ସମୀକ୍ଷା ଲାଗି ନିଷ୍ପତ୍ତି ନେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
କଟକ ହାଇକୋର୍ଟ ବାର ଏସୋସିଏସନ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଂଚ ପ୍ରସଙ୍ଗ ନେଇ ବିରୋଧ କରିଛି । ବାର ଏସୋସିଏସନ ଏଭଲି ନିଷ୍ପତ୍ତିକୁ କେନ୍ଦ୍ରୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକରେ ନିନ୍ଦା କରାଯାଇଛି । ହାଇକୋର୍ଟ ଓକିଲ ସଂଘ ଏକ ଦ୍ବାୟିତ୍ବ ଵାନ ଓ ନିରପେକ୍ଷ ସଂଘ ରୂପେ କାମ କରିବା ପାଇଁ ଓଡିଶାର ସମସ୍ତ ଓକିଲ ସଂଘ ଓ ଜନସାଧାରଣ ଆଶା କରିଥାନ୍ତି । ହେଲେ ହାଇକୋର୍ଟ ଓକିଲ ସଂଘର ଏଭଳି ନିଷ୍ପତ୍ତି ପଶ୍ଚିମ ଓଡିଶାର ଓକିଲ ମାନଙ୍କ ପ୍ରତି କ୍ଷୁବ୍ଦ କରିଛି । ଏହା ରାଜ୍ୟରେ ବିଭେଦ ସୃଷ୍ଟି କରୁଥିବା କୁହାଯାଇଛି । ଏହାକୁ ବିରୋଧ ବଦଳରେ ରାଜ୍ୟ ସରକାର ପଶ୍ଚିମ ଓଡିଶାରେ ବେଂଚ ସ୍ଥାପନ ପାଇଁ ଚାପ ପକାଇବା ଜରୁରୀ ଥିଲା ବୋଲି ଓକିଲ ସଂଘ କହିଛି ।
ସେପଟେ ଏଭଳି ସ୍ଥିତିରେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରକୁ ପୁର୍ଣ୍ଣାଙ୍ଗ ପ୍ରସ୍ତାବ ଦିଅନ୍ତୁ । ଲୋକଙ୍କ ନ୍ୟାୟକି ଅବଶ୍ୟକତା ପୁରଣ ହେବାର ସମସ୍ୟ ଦେଖା ଦେଉଛି । ହେଲେ ରାଜ୍ୟ କାହିଁକି ବିଲମ୍ବ କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି ।