ଏହାକୁ ଗ୍ରାଉଣ୍ଡ ସ୍ତରରେ ଲାଗୁ କରିବା ଓ ଏହା ଉପରେ କାର୍ଯ୍ୟ କରିବା ବର୍ତ୍ତମାନ ପାଇଁ ସହଜର ପାଠ ନୁହେଁ । କାରଣ ଏବେ ଓଡ଼ିଶା ହାଇକୋର୍ଟରେ ସମୁଦାୟ ୨୭ ଜଣ ବିଚାରପତିଙ୍କ ମଧ୍ୟରୁ ୨୨ ଜଣ ବିଚାରପତି ଅଛନ୍ତି । ଆଉ କିଛି ମାସ ମଧ୍ୟରେ ଅନେକ ବିଚାରପତି ଅବସର ମଧ୍ୟ ଗ୍ରହଣ କରିବେ । ଟିକେ ନଜର ପକାନ୍ତୁ ହାଇକୋର୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ଜାରି ହୋଇଥିବା କିଛି ଆନୁଆଲ ରିପୋର୍ଟ । ୨୦୨୧ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ପଡ଼ି ରହିଥିବା ସିଭିଲ ମାମଲା ମଧ୍ୟରେ ୯୪ ହଜାର ୩୯୮ ରିଟ ପିଟିସନ, ୧୫ ହଜାର ୯୨୩ ସିଭିଲ ଅପିଲ ଏବଂ ୮ ହଜାର ୫୭୬ ଟି କଣ୍ଟେପ୍ଟ ମାମଲା ରହିଛି ।
ସେହିପରି କ୍ରିମିନାଲ ମାମଲା ମଧ୍ୟରୁ ୧୦୯୧ଟି ରିଟ ପିଟିସନ, ୧୪ ହଜାର ୫୮୦ ବେଲ ଆପ୍ଲିକେସନ, ୧୨ ହଜାର ୯୦୫ କ୍ରିମିନାଲ ଅପିଲ ପଡ଼ି ରହିଛି । ଆବଶ୍ୟକ ମୁତାବକ ବିଚାରପତିଙ୍କ ପଦ ଖାଲି ପଡିବା, ସଠିକ୍ ସମୟରେ ତଦନ୍ତକାରୀ ସଂସ୍ଥା ଷ୍ଟାଟସ୍ ରିପୋର୍ଟ ଦାଖଲ ନ କରିବା, କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋର୍ଟରେ ହାଜର ନହେବା ଯୋଗୁଁ ମାମଲା ଅଧିକ ପଡ଼ି ରହିବା ମଧ୍ୟ ଗୋଟିଏ କାରଣ ବୋଲି ଆଇନଜୀବୀ କହିଛନ୍ତି । ଏସବୁ ସ୍ଥିତିରେ ସୁଧାର ଆସିଲେ ହିଁ ସୁପ୍ରିମକୋର୍ଟଙ୍କ ପରାମର୍ଶ ମୁତାବକ ଅଟୋ ଲିଷ୍ଟିଙ୍ଗ ବ୍ୟବସ୍ଥା ବ୍ୟବସ୍ଥିତ ହୋଇ ପାରିବ ବୋଲି ଆଇନ ବିଶାରଦ କହିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।