ଏହି ଘଟଣାକୁ ନେଇ ତାଙ୍କର ବାନ୍ଧବୀ ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ସୁଦ୍ଧା ଜଗତସିଂହପୁର ଥାନା ଆଇଆଇସି ଓ ଏସ୍ପି ଘଟଣାକୁ ଅଣଦେଖା କରିଥିଲେ । ଅଭିଯୋଗର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ । ନ୍ୟାୟ ପାଇବା ଆଶାରେ ସୋମାଲିକା ଶେଷରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଘଟଣାର ତଦନ୍ତ ଓ ଅଭିଯୋଗକୁ ରେଜିଷ୍ଟ୍ରି କରିବା ପାଇଁ ଜଗତସିଂହପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ରାତିରେ ସୋମାଲିକା ତାଙ୍କ ଓକିଲଙ୍କୁ ନେଇ ଥାନାରେ ଆଉ ଏକ ସାନି ଏତଲା ଦେଇଛନ୍ତି । ଏଥିସହ ସେହି ଏତଲାକୁ ଆଧାର କରି ଘଟଣା ର ତଦନ୍ତ କରାଯିବା ନେଇ ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଘଟଣାକୁ ପୋଲିସ ବର୍ତ୍ତମାନ କିଭଳି ତଦନ୍ତ କରିବ ତାହାକୁ ଅପେକ୍ଷା ।
ଓଡିଶା ଖବର ଆହୁରି ପଢନ୍ତୁ