ତେବେ ଚାଲନ୍ତୁ ସେହି ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଟିକିଏ ପାଖରୁ ଜାଣିବା...
କଟକ ସଦର ନିର୍ବାଚନ ମଣ୍ଡଳୀ 25 ନମ୍ବର ଜୋନ୍ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଳାସ ଭୋଇ ଓ ସାଲେପୁର ମିର୍ଜାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶ୍ରାଦ୍ଧାଞ୍ଜଳି ସାହୁଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଉଭୟ ଉଚ୍ଚ ଶିକ୍ଷିତ...ଇଞ୍ଜିନିୟରିଂ ପେସାରୁ ରାଜନୀତି କରିବାକୁ ମନବଳାଇଛନ୍ତି । ଇଂ.ବିଳାସ ଭୋଇ 25 ନମ୍ବର ଜୋନ୍ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନୋମିନେସନ ଦାଖଲ କରିଛନ୍ତି । ଉଦେଶ୍ୟ ନିଜ ଅଞ୍ଚଳ ପାଇଁ କିଛି କରିଦେଖାଇବା ।
ସେହିପରି ମିର୍ଜାପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ସାହୁ । ବେଙ୍ଗାଲୁରୁରେ ସଫ୍ଟୱେର୍ କମ୍ପାନୀରେ ଚାକିରି କରୁଥିଲେ । ବିଜେଡିର ସମର୍ଥନ ପାଇ ଏଥର ପଞ୍ଚାୟତ ସର୍ବାଙ୍ଗୀନ ବିକାଶ କରିବାକୁ ଆଗେଇ ଆସିଛନ୍ତି ।
ସେହିପରି ଆଉ ଜଣେ ପ୍ରାର୍ଥୀ ହେଲେ ନୂଆପଡା ଜିଲ୍ଲା ପରିଷଦ ଜୋନ 3 ରେ ଜଣେ ବିଟେକ୍ ଛାତ୍ରୀ ତଥା ଇଞ୍ଜିନିୟର ଦୀପିକା କୌଶଲ୍ୟା । ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି । ସେ ରାୟଗଡା ଜିଲ୍ଲା ଗୁଣୁପୁର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ ଇଂଞ୍ଜିନିୟର ଭାବେ ନିୟୋଜିତ ହୋଇଥିଲେ । ତେବେ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଗରିବ, ଅସହାୟଙ୍କ ସେବା କରିବା ପାଇଁ ବିଜେଡି ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଭୋଗରାଇ ବ୍ଲକ 35 ନମ୍ବର ଜୋନରେ ଏମବିଏ ଛାତ୍ରୀ ପ୍ରଜ୍ଞା ପରମିତା ଜେନା । ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ଏମବିଏର ଦ୍ୱିତୀୟ ବର୍ଷର ଛାତ୍ରୀ । ବିଜେପିରୁ ଜିଲ୍ଲାପରିଷଦ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଘର ଓ ବିଦ୍ୟୁତ ଆଦି ମୌଳିକ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଓ ତାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।
ସେହିପରି ଆଉ ଜଣେ ପ୍ରାର୍ଥୀ ହେଲେ କେନ୍ଦ୍ରପଡା ଜିଲ୍ଲା ରାଜକନିକା ବ୍ଲକ୍ ବରୁଣାଡିହା ପଞ୍ଚାୟତ ସରପଞ୍ଚ ପଦ ପାଇଁ ପଞ୍ଚାୟତର ଏମସିଏ ଡିଗ୍ରୀଧାରୀ ଯୁବକ ଧୀରେନ୍ଦ୍ର କୁମାର ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାର୍ଷିକ 19 ଲକ୍ଷ ବେତନ ପାଉଥିଲେ ବି ତାକୁ ତୁଚ୍ଛ କରି ଲୋକଙ୍କ ପାଇଁ କାମକରିବାକୁ ଇଚ୍ଚା ରଖିଛନ୍ତି ।
ସେହିପରି ବିଟେକ୍ ପରେ ମୁମ୍ବାଇରେ ଟାଟା କମ୍ପାନୀରେ ସିଭିଲ୍ ଇଞ୍ଜିନିୟର ଭାବେ ଭଲ ଦରମାରେ ଚାକିରି କରୁଥିଲେ । ମାତ୍ର ସମାଜସେବା ପାଇଁ ଚାକିରି ମୋହ ଛାଡି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ଅସ୍ତରଙ୍ଗ ବ୍ଲକ୍ ନନ୍ଦିପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ଶୁଭସ୍ମିତା ସାହୁ । ଜିଲ୍ଲାପରିଷଦ ଜୋନ-1ରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ସେହପିରି ଆଉ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ହେଲେ ଡ.ତ୍ରିଭୁବନ ପଣ୍ଡା । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଜୀବ ବିଜ୍ଞାନରେ ସ୍ନାତକୋତ୍ତର, ପରିବେଶ ବିଜ୍ଞାନରେ ଏମଫିଲ୍ ଏବଂ ବାୟୋଟେକନୋଲୋଜିରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । 2017 ମସିହାରେ ସେ ଜୁନାଗଡ ବ୍ଲକରୁ ଦୁଣ୍ଡେଲମାଲ ସରପଞ୍ଚ ଭାବେ ଲଢି ବିଜୟ ହୋଇଥିଲେ । ଚଳିତ ବର୍ଷ ସେ ଜୁନାଗଡ ନିର୍ବାଚନ ମଣ୍ଡଳୀ ଆର୍ଟିଗାଁ ଜିଲ୍ଲାପତିଷଦ ଜୋନ୍ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖ କରିଛନ୍ତି ।