Argus Update News 1pm
ଅର୍ଗସ ନ୍ୟୁଜ: ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ତ୍ୱାବଧାନରେ ଉତ୍କଳ କେଶରୀ ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ । ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅର୍ନ୍ତଜାତୀୟ କେନ୍ଦ୍ରଠାରେ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି ।
ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ଦେଶର ବୃହତ୍ତମ ବର୍ଗକୁ ଓଡ଼ିଶାର ଇତିହାସ ସହିତ ସମକାଳୀନ ଭାରତର ପରିସ୍ଥିତି, ସ୍ୱାଧିନତା ସଂଗ୍ରାମ ତଥା ଗଡ଼ଜାତ ରାଜ୍ୟ ଗୁଡ଼ିକର ଏକତ୍ରୀକରଣ ଉଦ୍ୟମର ଜୀବନ୍ତ ପ୍ରମାଣ ପ୍ରଦାନ କରିବ ।
ପୁସ୍ତକ ଉନ୍ମୋଚନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ରହିବେ ।