ଅର୍ଗସ ବ୍ୟୁରୋ:ଆମେ ପ୍ରତେକ ଦିନ ଅନେକ ଭିଡିଓ ଦେଖୁ କିଛି ଭିଡିଓ ଆମକୁ ବହୁତ କିଛି ଶିକ୍ଷା ଦିଏ। ଏହି ଭିଡିଓ ଆଜିର ମଣିଷ ସମାଜକୁ ଅନେକ ଶିକ୍ଷା ଦେବ। ସମସ୍ତେ ଏକା ସାଥିରେ ଉଠିବା ଏବଂ ପରସ୍ପର ବିକାଶରେ ସହାୟକ ହେବାର ସନ୍ଦେଶ ଦେଉଛି। କାରଣ ମିଳିମିଶି ରହିଲେ ସବୁ କାମ ସହଜ ହୋଇ ଯିବ। ଭାଇଚାରାର ସହର ହେଉଛି ଭଦ୍ରକ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମକର ସଂକ୍ରାନ୍ତି ରେl ଯେଉଁଠି ହିନ୍ଦୁ ମୁସଲମାନ ମିଶିକରି ପାଳନ କରନ୍ତି ମକର ସଂକ୍ରାନ୍ତି l ପରସ୍ପର ମଧ୍ୟ ରେ ଭାଇଚାରା ଏମିତି ଭାବରେ ରହିଛି ଯେଉଠି ଜାତି, ଧର୍ମ ଭୁଲି ସମସ୍ତେ ଏକାଠି ହୁଅନ୍ତି।
ଖନ୍ତାପଡ଼ା ଥାନା ବରୁଣସିଂ ପଂଚାୟତ ରେ ଏହି ମେଳା କୁ ପୂଜାପାଠ, ସହ ବୁଲିବା ପାଇଁ ହଜାର ହଜାର ସଂଖ୍ୟକ ସବୁ ଧର୍ମ ର ଲୋକ ଆସିଥାନ୍ତି l 150 ବର୍ଷ ଧରି ଏପରି ପରମ୍ପରା ଚାଲି ଆସିଛି l ମଣିଷ ସ୍ବାର୍ଥ ହାସଲ ପାଇଁ କେବଳ ମଣିଷ ସହ ମିଶିଥାଏ। ଆମେ ସବୁବେଳେ ଦେଖିଛେ। ସେହି ଭଳି ମଣିଷ ମାନକୁ ଏହି ଭିଡିଓ ଅନେକ ଶିକ୍ଷା ଦେବା ସହ ଭଲ ମଣିଷ ହେବାକୁ ଅନୁପ୍ରାଣିତ କରେ।
ଓଡିଶା ଖବର ଆହୁରି ପଢନ୍ତୁ