ଚଳିତ ବର୍ଷ ଗୋଟିଏ ମାସ ହେବ ମୌସୁମି ଛୁଇଥିଲେ ମଧ୍ୟ କିଛି ଦିନ ହେବ ଉପର ମୁଣ୍ତ ଛତିଶଗଡରେ ଅଧିକ ବର୍ଷା ହୋଇଛି । ଏଭଳି ସ୍ଥିତିରେ କଲମା ବ୍ୟାରେଜ ଅଧିକାଂଶ ଗେଟ ଖୋଲିଥିବା ବେଳେ ହୀରାକୁଦ ଜଳଭଣ୍ତାରକୁ ଅଧିକ ମାତ୍ରାରେ ଜଳ ପ୍ରବେଶ କରିଛି । ଦୁଇ ଦିନ ପୁର୍ବରୁ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବେଶ କରିଥିବା ବେଳେ ଏବେ ୧ ଲକ୍ଷ ଉପରେ ରହିଛି । ଗତ ୪ ବର୍ଷ ତଥ୍ୟ ଅନୁସାରେ ୨୦୧୯ ରେ ଅଗଷ୍ଟ ୧୪ରେ ୬୧୮.୨୧ ଘନ ଫୁଟ , ୨୦୨୦ରେ ଜୁନ ୨୫ରେ ୬୧୭.୯୫ ଘନ ଫୁଟ , ୨୦୨୧ରେ ଜୁଲାଇ ୧୧ରେ ୬୦୯.୨୭ ଘନ ଫୁଟ ରହିଥିବା ବେଳେ ଚଳିତ ବର୍ଷ ଜୁଲାଇ ୧୮ ତାରିଖ ୬୧୩. ୧୫ ଘନ ଫୁଟ ଜଳସ୍ତରରେ ଗେଟ ଖୋଲିଛି । ଜଳଭଣ୍ରାର ଜଳଧାରଣା କ୍ଷମତା ୬୩୦ ରହିଛି । ଏଭଳି ସ୍ଥିତିରେ ଜଳସମ୍ପଦ ବିଭାଗ ନିୟମ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ୬୦୫ ଘନ ଫୁଟ ଜଳସ୍ତର ରହିବା ଆବଶ୍ୟକ ରହିଛି । ଉପର ମୁଣ୍ତର ବର୍ଷା ଓ ଜଳ ସ୍ତର ସ୍ଥିତି ନିରକ୍ଷଣ କରି ଗେଟ ଖୋଲିବା ଓ ବନ୍ଦ ନିଷ୍ପତ୍ତି ନିଆଯିବ ।
ଗତ ଦୁଇ ବର୍ଷ ହେବ କୋଭିଡ ତଥା ବିଭିନ୍ନ ଆଳ ଦେଖାଇ ଗଣାମାଧ୍ୟମ ପ୍ରତିନିଧିକୁ ହୀରାକୁଦ ପ୍ରବେଶ ପାଇ ବାରଣ କରାଯାଇଥିଲା । ଏଥର କୋଭିଡ ନଥିଲେ ବି ଗଣମାଧ୍ୟମକୁ ବାରଣ କରାଯାଇଛି । ଏନେଇ ଜିଲ୍ଲାପାଳକୁ ପଚାରିଲେ ମୁଁ ଜାଣି ନାହିଁ ଜଳ ସମ୍ପଦ ବିଭାଗ ଦ୍ବାୟିତ୍ବ ବୋଲି କହି ଖସି ଚାଲିଯାଇଥିଲେ । ଯାହାକୁ ନେଇ ଡ୍ୟାମର ସୁରକ୍ଷା ଓ ଦୁର୍ବଳତା ଲୁଚାଯାଉଥିବା ବଡ ପ୍ରଶ୍ନ ଉଠିଛି ।