ସମ୍ବଲପୁର: ଗତକାଲି ଖୋଲିଲା ହୀରାକୁଦ ଜଳ ଭଣ୍ତାରର ଆଉ ୪ଟି ଗେଟ୍ । ଗତକାଲି ଦିନ ୧୧.୩୦ରେ ୧୬ ଗେଟ୍ ଖୋଲା ଯାଇଥିବା ବେଳେ ସଂଦ୍ଧ୍ୟା ୬ଟା ବେଳକୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ପୁର୍ବରୁ ବୁର୍ଲା ପଟେ ୬ଟି ଗେଟ୍ ଖୋଲା ଯାଇଥିବାବେଳେ ଗତାକାଲି ଆଉ ଗୋଟିଏ ଗେଟ୍ ଖୋଲାଯାଇଛି । ହୀରାକୁଦ ପଟେ ପୁର୍ଵରୁ ୧୦ଟି ଗେଟ୍ ଖୋଲା ଯାଇଥିବାବେଲେ ଗତାକାଲି ଆଉ ୩ଟି ଗେଟ୍ ଖୋଲାଯାଇଛି । ତେବେ ଗତକାଲି ସଂଦ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ତାରର ଜଳସ୍ତର ୬୨୧.୮୫କୁ ପହଁଚିଛି । ଯାହାକି ମଧ୍ୟାହ୍ନରେ ୬୨୨ ଫୁଟ ଅତିକ୍ରମ କରିଥିଲା ତାହା ଏବେ ହ୍ରାସ ପାଇଛି । ଜଳଭଣ୍ତାର କୁ ପ୍ରତି ସେକେଣ୍ତ ୧ଲକ୍ଷ ୯୫ହଜାର ୦୨୦ କ୍ୟୁସେକ ପାଣି ପ୍ରବେଶ କରୁଛି ଓ ବିଭିନ୍ନ କେନାଳ ଓ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୩୧ ହଜାର ୯୫୬ କ୍ୟୁସେକ ନିଷ୍କାସିତ ହେଉଛି । ତେଵେ ୨୦ଟି ଗେଟରେ ୩ ଲକ୍ଷ ୧୬ ହଜାର ୩୦୦ କ୍ୟୁସେକ ପାଣି ନିଷ୍କାସନ ହେଉଥିବା ସୂଚନା ମିଳିଛି ।
ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଗତକାଲି ଖୋଲା ଯାଇଥିଲା । ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ୧୪ଟି ଗେଟକୁ ଖୋଲାଯାଇଥିଲା । ହୀରାକୁଦରୁ ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାର ସଚିବ କହିଛନ୍ତି । ଏଠାରେ ସୂଚନା ଥାଉ କି ଗୁରୁବାର ପୂର୍ବାହ୍ନ ୧୧: ୩୦ରୁ ୧୨:୧୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସମୁଦାୟ ୮ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ ସବୁ ଖୋଲାଯାଇଥିଲା ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?