ଏହାର ମୁଖ୍ୟ ଆକର୍ଷଣ ହେଉଛି ମହାସ୍ତୁପ । ପଦ୍ମଫୁଲ ସଦୃଶ ଢାଞ୍ଚାର ଉପାସନା କେନ୍ଦ୍ର । ଏହାର ମଝିରେ ଦେଖିବାକୁ ମିଳେ ଧାଡି ହୋଇ ରଖାଯାଇଥିବା ଛୋଟ ଛୋଟ ସ୍ତୁପ । ଏହା ଷଷ୍ଠ ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ ।
ଲଳିତଗିରିରୁ ମାତ୍ର 8 କିମି ଦୂରରେ ରହିଛି ଉଦୟଗିରି । ଏଠାରେ ରହିଛି ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଓ ବାମ୍ଫି । ଏହି ବାମ୍ଫିରୁ ବୌଦ୍ଧ ସନ୍ୟାସୀମାନେ ପାଣି ନେଇ ନିଜ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିଲେ ବୋଲି ବିଶ୍ୱାସ କରାଯାଏ ।
ଲଳିତଗିରିର ଅନ୍ୟତମ ମୁଖ୍ୟ ଆକର୍ଷଣ ଏଇ ସୁନ୍ଦର ଚୈତ୍ୟଗୃହ ବା ଉପାସନା କେନ୍ଦ୍ର। ଓଡ଼ିଶାରେ ଖନନ ସମୟରେ ମିଳିଥିବା ପ୍ରଥମ ସ୍ଥାନ ଯେଉଁଠି ଗୋଲାକାର ସ୍ତୁପ ଦେଖିବାକୁ ମିଳେ। କେବଳ ସେତିକି ନୁହେଁ, ଏଠାରେ ଏକ ପଦ୍ମଫୁଲ ସଦୃଶ ଢାଞ୍ଚା ରହିଛି। ଏଠାରେ ବୈଦ୍ଧଭିକ୍ଷୁମାନେ ଏକତ୍ରିତ ହୋଇ ପ୍ରାର୍ଥନା ଓ ଧ୍ୟାନ ଆଦି କରୁଥିଲେ। ଏହା ମଝିରେ ଦେଖିବାକୁ ମିଳେ ଧାଡ଼ି ହୋଇ ରଖାଯାଇଥିବା ଛୋଟ ଛୋଟ ସ୍ତୁପ । ଏହି ଉପାସନା କେନ୍ଦ୍ର ଷଷ୍ଠ-ସପ୍ତମ ଶତାବ୍ଦୀ ସମୟର ବୋଲି ବିଶ୍ୱାସ କରାଯାଏ ।
ହୀରକ ତ୍ରିଭୁଜର ଶେଷ କେନ୍ଦ୍ର ହେଉଛି ରତ୍ନଗିରି । ଏକ ଛୋଟ ପାହାଡ ଉପରେ ଏହା ଅବସ୍ଥିତ । ଏଠାକାର ବୌଦ୍ଧ ସ୍ତୁପକୁ ମନାସି ସ୍ତୁପ କୁହାଯାଏ । କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରବେଶ ଦ୍ୱାର ଆଜି ବି ଲୋକଙ୍କୁ ଆକର୍ଷିତ କରିଥାଏ । ଯାଜପୁର ଚଣ୍ଡିଖୋଲରୁ କେନ୍ଦ୍ରାପଡା ପାରାଦୀପ ହାଇ-ୱେ ରେ ଯିବାବେଳେ ମାତ୍ର 20 କିମି ଦୂରରେ ରହିଛି ଏହି ବୌଦ୍ଧ ବିହାର । ଏହି ତିନୋଟି ସ୍ଥାନ ଭିତରେ ହାରାହାରି 10 କି.ମି ବ୍ୟବଧାନ ରହିଛି ।
ଆହୁରି ପଢନ୍ତୁ ପର୍ଯ୍ୟଟନ ଖବର...