
ମୟୂରଭଞ୍ଜ: HIV ଓ TBରେ ଆକ୍ରାନ୍ତ ଯୁବକ ନିଜକୁ ଜାଳିଦେଲେ । କଷ୍ଟ ସହିନପାରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ତିରିଂ ଥାନା ସୁନାପଷି ଗ୍ରାମରେ ଘଟିଛି ଏଭଳି ଅଘଟଣ । ରୋଗ କଷ୍ଟ ସହି ନପାରି ଟିବି ଓ ଏଚ୍ଆଇଭି ଆକ୍ରାନ୍ତ ରୋଗୀ ରବୀନ୍ଦ୍ର ତାମୁଡ଼ିଆ ନିଜକୁ ଜାଳିଦେଇଥିଲେ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ରବୀନ୍ଦ୍ର ମୂଲ ମଜୁରି ଲାଗି ଗୁଜୁରାଣ ମେଣ୍ଟାଉଥିଲେ । ଦୀର୍ଘ 3ବର୍ଷରୁ ରୋଗାକ୍ରାନ୍ତ ଥିଲେ । ବହୁ ପୂର୍ବରୁ ବାପା, ମା ଏବଂ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଘରେ ଏକା ରହୁଥିଲେ । ଘରେ କିରୋସିନ୍ ଢାଳି ନିଜକୁ ଜାଳିବା ପରେ ତାଙ୍କ ଚିତ୍କାର ଶୁଣି ପଡିଶା ଲୋକେ ପହଞ୍ଚିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
