ତେବେ ପୂର୍ବରୁ 2018 ରେ ମଧ୍ୟ ହକି ବିଶ୍ଵକପର ଆୟୋଜକ ଥିଲା ଓଡ଼ିଶା । ଆଉ ତାର ଦ୍ଵିତୀୟ ସନ୍ଧ୍ୟାର ଉଦଘାଟନ ଉତ୍ସବ ବି ଅନୁଷ୍ଠିତ ହୋଇଥିଲା ବାରବାଟୀରେ । ଦର୍ଶକ ବି ଢେର ମନୋରଞ୍ଜନର ଖୋରାକ ପାଇଥିଲେ । ଏଥର ବି ଦର୍ଶକ ବଲିଉଡ କଳାକାର ଏବଂ କଣ୍ଠଶିଳ୍ପୀଙ୍କୁ ପାଖରେ ପାଇ ମଜା ନେବେ। ତେବେ ଉଦଘାଟନୀ ଉତ୍ସବ ପାଇଁ ସହରରେ ଆରମ୍ଭ ହେଲାଣି ସୌନ୍ଦର୍ଯ୍ୟ କରଣ କାମ । ବିଶେଷ କରି ରିଂ ରୋଡ଼ର ଉନ୍ନତି କରଣ କାମକୁ ଯୁଦ୍ଧ କାଳୀନ ଭିତ୍ତରେ କରାଯାଉଛି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଅତିଥି ମାନଙ୍କ ପାଇଁ କରାଯିବ ସ୍ଵତନ୍ତ୍ର ବ୍ୟବସ୍ଥା । ବିନା ବାଧାବିଘ୍ନରେ ଯେପରି ଏହାକୁ ଆୟୋଜନ କରାଯିବ ସେ ନେଇ ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସିଏମସି କମିଶନର ।
ଉଦଘାଟନ ସନ୍ଧ୍ୟାରେ ବଲିଉଡର ଅଭିନେତା ରଣବୀର ସିଂ, ଅଭିନେତ୍ରି ଦିଶା ପାଟାନି ଓ କଣ୍ଠଶିଳ୍ପୀ ଅର୍ଜିତ ସିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ରହିଥିବା ବେଳେ ହକି ଆୟୋଜକଙ୍କ ପାଖରୁ କୌଣସି ପତିକ୍ରିୟା ମିଳି ପାରିନାହିଁ ।