ଏହା ଦି ଗାର୍ଡେନିଆରେ ୧୨ ଜାନୁଆରୀରୁ ଆରମ୍ଭ ହୋଇ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହି ଫେଷ୍ଟର ଉଦ୍ଦେଶ୍ୟ ହେଉଛି ହକିକୁ ପ୍ରୋତ୍ସାହିତ କରିବା । ଆମ ରାଜ୍ୟରେ ହକିକୁ ଏହାର ସଂସ୍କୃତି ସହିତ ଯୋଡ଼ିବା ଏବଂ ଏକ ନୂଆ ରାହା ସୃଷ୍ଟି କରିବ ବୋଲି 'କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍' ର ସିଇଓ ରୁଦ୍ର ନାରାୟଣ ବେହେରା କହିଛନ୍ତି । ପ୍ରତିଦିନ ଭିନ୍ନ ଭିନ୍ନ କମ୍ୟୁନିଟିର ଗୋଟିଏ ଗୋଟିଏ ରାଉଣ୍ଡ ଅଛି ଯେଉଁଥିରେ ରାଜନୀତିଜ୍ଞଙ୍କ ଠାରୁ ଆରମ୍ଭ କରି ଓଲିଉଡ ସେଲେବ୍ରିଟି ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଉତ୍ସବରେ ସାମିଲ ହେଉଛନ୍ତି ।
ହକି ପାଇଁ `କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍'ରେ ଚାଲିଛି `ହକି ଫେଷ୍ଟ' ଭିନ୍ନ ଉତ୍ସବ

ଅର୍ଗସ ବ୍ୟୁରୋ : ହକି ପାଇଁ 'କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍' ରେ ଏକ ଭିନ୍ନ ଉତ୍ସବ ପାଳନ ହେଉଛି । ଆରମ୍ଭ ହୋଇଛି ପୁରୁଷ ବିଶ୍ବକପ୍ ହକି ଟୁର୍ଣ୍ଣାମେଣ୍ଟ । ଏହାକୁ ନେଇ ଭୁବନେଶ୍ବର ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ଅବସରରେ ଭୁବନେଶ୍ବର, ପାତ୍ରପଡା ସ୍ଥିତ 'କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍' ରେ ଅନୁଷ୍ଠିତ ହେଉଛି 'ହକି ଫେଷ୍ଟ' ।
Download Argus News App
